Showing posts with label longevity. Show all posts
Showing posts with label longevity. Show all posts

Monday, January 13, 2020

ଚାଲନ୍ତୁ ଜାଣିବା ଦୁନିୟାର ସବୁଠାରୁ ବୃଦ୍ଧ ମଣିଷର ଅମର କାହାଣୀ, କେତେ ବୟସ ତାଙ୍କୁ ?

ଆମେ ସମସ୍ତେ ଜାଣିଛୁ ଯେ କିଛି ସମୟ ପରେ ସମସ୍ତେ ବୃଦ୍ଧ ହୁଅନ୍ତି, ୭୦-୮୦ ବର୍ଷ ମଧ୍ୟରେ ସବୁ ବୃଦ୍ଧ ଲୋକ ନିଜ ମୃତ୍ୟୁ ପାଇଁ ଅପେକ୍ଷା କରି ଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ  ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଲୋକ ବିଷୟରେ କହିବାକୁ ଯାଉଛୁ ଯାହା ବୟସ ୧୮୩ ବର୍ଷ ଅଟେ ।
ତେବେ ଆମେ ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ଏହି ବ୍ୟକ୍ତି ଜଣକ ନା ମୁରାସୀ ଅଟେ ଓ ଏବେ ସେ ପିଏମ ମୋଦୀଙ୍କ ଲୋକସଭା କ୍ଷେତ୍ର ବନାରସ ରେ ରୁହନ୍ତି ।ମୁରାସୀଙ୍କ କହିବା ଅନୁଯାଇ ତାଙ୍କ ଜନ୍ମ ୧୮୩୫ରେ ବେଙ୍ଗଲୁର ରେ ହୋଇ ଥିଲା, କିନ୍ତୁ ଆଜିକୁ ଏତେ ବର୍ଷ ପରେ ମଧ୍ୟ ତାଙ୍କ ମୃତ୍ୟୁ ହେଉ ନାହିଁ । ସେ ନିଜ ମନକୁ ମନେଇ ରଖିଛନ୍ତି ଯେ ମୃତ୍ୟୁ ତାଙ୍କ ଘର ରାସ୍ତା ଭୁଲି ଯାଇଛି, ଏହା ସତରେ ଅଦ୍ଭୁତ କିନ୍ତୁ ଏହା ୧୦୦ ପ୍ରତିଶତ ସତ୍ୟ ଅଟେ ।
ଏହା ପରେ ୧୯୦୩ ରେ ସେ ୟୁପି ବାରାଣସି ଶହର ରେ ରହିବା ପାଇଁ ଆସିଲେ, ମୁରାସୀ ୧୨୨ ବର୍ଷ ପର୍ଯ୍ୟନ୍ତ ମୋଚି କାମ କଲେ, ଏହି କାମ ସେ ୧୯୫୭ ରେ ଛାଡି ଦେଲେ । ମୁରାସୀ ବୟସ ଦେଖି କେତେକ ଲୋକ ତାଙ୍କୁ ଦୈବିକ ଶକ୍ତି ମଧ୍ୟ କୁହନ୍ତି, ମୁରାସୀ ଯାହା କହିଲେ ତା ଅନୁଯାଇ ତାଙ୍କ ଜନ୍ମ ପ୍ରମାଣ ପତ୍ର ଏବଂ ପରିଚୟ ପତ୍ର ମଧ୍ୟ ଯାଞ୍ଚ କରା ଯାଇଛି । ତାଙ୍କ ବୟସ ପାଇଁ କେତେ ଥର ତାଙ୍କ ଯାଞ୍ଚ ମଧ୍ୟ କରା ଯାଇଛି ଏବଂ କେତେ ଥର ମେଡିକଲ ଚେକଅପ ମଧ୍ୟ କରା ଯାଇଛି ।

ତାଙ୍କ ବାସ୍ତବିକ ବୟସ ଜାଣି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ମୁରାସୀ କହୁଛନ୍ତି ଯେ ତାଙ୍କୁ ବଞ୍ଚିବା ବହୁତ ସମୟ ହୋଇ ଗଲାଣି, ତେବେ ସେ ନିଜ ନାତିମାନଙ୍କର ମଧ୍ୟ ମୃତ୍ୟୁ ଦେଖି ସାଋଲେଣି । ତାଙ୍କ କହିବା ଅନୁଯାଇ ସେ ମୃତ୍ୟୁ ପାଇଁ ଅପେକ୍ଷା କରୁଛନ୍ତି କିନ୍ତୁ ତାଙ୍କୁ ମୃତ୍ୟୁ ଆସୁ ନାହିଁ । ଜୀବନ ମୃତ୍ୟୁ ଭଗବାନଙ୍କ ଳିଲା ଯେତେ ଦିନ ଲେଖା ହୋଇଛି ସେତେ ଦିନ ରହିବାକୁ ବାଧ୍ୟ ।